ନିର୍ବାଚନ ୨୦୨୪ ଫଳାଫଳ: ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ବିଜେପି ପଛରେ

ଭୁବନେଶ୍ୱର,୪/୦୬: ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି । ବର୍ତ୍ତମାନ ସୁଦ୍ଧା ୧୪ଟି ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୮ଟି ଆସନରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ଅନ୍ୟପଟେ ବିଜେଡି ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ରାଜ୍ୟରେ ମୋଟ ୭୦ଟି ଗଣତି କେନ୍ଦ୍ର କରାଯାଇଛି । ଆଉ ନିର୍ବାଚନ ରେଜଲ୍ଟ ଉପରେ ରହିଛି ସମସ୍ତଙ୍କର ନଜର । ଆଜି ଲୋକସଭାର ୫୪୩ ଏବଂ ଓଡିଶା ବିଧାନସଭାର ୧୪୭ ଆସନରେ ରେଜଲ୍ଟ ଆସିବାକୁ ଯାଉଛି । ରାଜ୍ୟରେ ମଧ୍ୟ ଶାସକ ବିଜେଡି ଶାସନ କ୍ଷମତା ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି । ହେଲେ କେନ୍ଦ୍ରରେ ବିଜେପିକୁ କଂଗ୍ରେସ ଜୋରଦାର ଟକ୍କର ଦେଉଥିବାବେଳେ, ରାଜ୍ୟରେ ବିଜେଡିକୁ ଟକ୍କର ଦେଉଛି ବିଜେପି ।