ଆପଣଙ୍କ ନିର୍ବାଚନୀ ମଣ୍ଡଳ ଓଡ଼ିଶାରେ କି? ଜାଣନ୍ତୁ ଆପଣ କେବେ ଦେବେ ଭୋଟ

ଭୁବନେଶ୍ୱର,୧୬/୦୩: ଓଡିଶା ସହିତ ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନର । ଆନ୍ଧ୍ରପ୍ରଦେଶରେ ମେ ୧୩ ତାରିଖରେ ଭୋଟ୍ ପଡିବାକୁ ଥିବାବେଳେ, ଅରୁଣାଚଳପ୍ରଦେଶରେ ଏପ୍ରିଲ ୧୯ରେ ଭୋଟ୍ ପଡିବ । ସେହିପରି ସିକ୍କିମରେ ଏପ୍ରିଲ ୧୯ ତାରିଖ ଏବଂ ଓଡିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍ ପଡିବ । ମେ’ ୧୩ରେ ପ୍ରଥମ, ମେ’ ୨୦ ତାରିଖରେ ଦ୍ୱିତୀୟ, ମେ ୨୫ରେ ତୃତୀୟ ଓ ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟରେ ହେବ ଭୋଟ ।ସମସ୍ତ ନିର୍ବାଚନର ଫଳାଫଳ ଜୁନ୍ ୪ତାରିଖରେ ପ୍ରକାଶ ପାଇବ ।

ମେ’ ୧୩

କଳାହାଣ୍ଡି (ଲୋକସଭା)
(ବିଧାନସଭା) :ନୂଆପଡା, ଖରିଆର, ଲାଞ୍ଚିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା

ନବରଙ୍ଗପୁର (ଲୋକସଭା)
(ବିଧାନସଭା) : ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ , କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡା

ବ୍ରହ୍ମପୁର (ଲୋକସଭା)
(ବିଧାନସଭା) : ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି

କୋରାପୁଟ (ଲୋକସଭା)
(ବିଧାନସଭା) : ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗି

ମେ’ ୨୦
ବରଗଡ (ଲୋକସଭା)
(ବିଧାନସଭା) :ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର , ଝାରସୁଗୁଡା

ସୁନ୍ଦରଗଡ (ଲୋକସଭା)
(ବିଧାନସଭା) : ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର, ବଣାଇ

ବଲାଙ୍ଗୀର (ଲୋକସଭା)
(ବିଧାନସଭା) : ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିିଟିଲାଗଡ, କଣ୍ଟାବାଂଜି

କନ୍ଧମାଳ (ଲୋକସଭା)
(ବିଧାନସଭା) : ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର

ଆସ୍କା (ଲୋକସଭା)
(ବିଧାନସଭା) ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡା, ସାନଖେମୁଣ୍ଡି , ହିଞ୍ଜିଳିକାଟୁ

ମେ’ ୨୫
ସମ୍ବଲପୁର (ଲୋକସଭା)
(ବିଧାନସଭା) :କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେଓଗଡ଼, ଛେଣ୍ଡିପଦା, ଆଠମଲ୍ଲିକ

କେନ୍ଦୁଝର (ଲୋକସଭା)
(ବିଧାନସଭା) : ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ

ଢ଼େଙ୍କାନାଳ (ଲୋକସଭା)
(ବିଧାନସଭା) ଢ଼େଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ

କଟକ (ଲୋକସଭା)
(ବିଧାନସଭା)
ବଡମ୍ବା, ବାଙ୍କି, ଆଠଗଡ, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡା

ପୁରୀ (ଲୋକସଭା)
(ବିଧାନସଭା) : ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ

ଭୁବନେଶ୍ୱର (ଲୋକସଭା)
(ବିଧାନସଭା) ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା

ଜୁନ୍ ୧

ମୟୁରଭଞ୍ଜ (ଲୋକସଭା)
(ବିଧାନସଭା) ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡା

ବାଲେଶ୍ୱର (ଲୋକସଭା)
(ବିଧାନସଭା) ବଡସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି

ଭଦ୍ରକ (ଲୋକସଭା)
(ବିଧାନସଭା) ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି

ଯାଜପୁର(ଲୋକସଭା)
(ବିଧାନସଭା) ବିଂଝାରପୁର, ବରୀ, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା

କେନ୍ଦ୍ରାପଡା (ଲୋକସଭା)
(ବିଧାନସଭା) ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା

ଜଗତସିଂହପୁର (ଲୋକସଭା)
(ବିଧାନସଭା) ନିଆଳି, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡା