ବାଜିଲା ନିର୍ବାଚନୀ ବିଗୁଲ, ଜାଣନ୍ତୁ କେବେ ଓଡ଼ିଶାରେ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ, ୧୬/୦୩: ଓଡିଶା ସହିତ ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନର । ଆନ୍ଧ୍ରପ୍ରଦେଶରେ ମେ ୧୩ ତାରିଖରେ ଭୋଟ୍ ପଡିବାକୁ ଥିବାବେଳେ, ଅରୁଣାଚଳପ୍ରଦେଶରେ ଏପ୍ରିଲ ୧୯ରେ ଭୋଟ୍ ପଡିବ । ସେହିପରି ସିକ୍କିମରେ ଏପ୍ରିଲ ୧୯ ତାରିଖ ଏବଂ ଓଡିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍ ପଡିବ । ମେ’ ୧୩ରେ ପ୍ରଥମ, ମେ’ ୨୦ ତାରିଖରେ ଦ୍ୱିତୀୟ, ମେ ୨୫ରେ ତୃତୀୟ ଓ ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟରେ ହେବ ଭୋଟ ।ସମସ୍ତ ନିର୍ବାଚନର ଫଳାଫଳ ଜୁନ୍ ୪ତାରିଖରେ ପ୍ରକାଶ ପାଇବ ।

୭ଟି ପର୍ଯ୍ୟାୟରେ ହେବ ୨୦୨୪ ସାଧାରଣ ନିର୍ବାଚନ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେଇ ଜୁନ୍ ୧ ତାରିଖରେ ସରିବ ୭ମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏହାପରେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯାଇ, ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି ।

ପ୍ରଥମ ପର୍ଯ୍ୟାୟ – ୧୯ ଏପ୍ରିଲରେ ଭୋଟ୍
ଦ୍ୱିତୀୟ ପର୍ଯ୍ୟାୟ – ୨୬ ଏପ୍ରିଲରେ ଭୋଟ୍
ତୃତୀୟ ପର୍ଯ୍ୟାୟ – ୭ ମେରେ ଭୋଟ୍
ଚତୁର୍ଥ ପର୍ଯ୍ୟାୟ – ୧୩ ମେରେ ଭୋଟ୍
ପଞ୍ଚମ ପର୍ଯ୍ୟାୟ – ୨୦ ମେରେ ଭୋଟ୍
ଷଷ୍ଠ ପର୍ଯ୍ୟାୟ – ୨୫ ମେ ରେ ଭୋଟ୍
ସପ୍ତମ ପର୍ଯ୍ୟାୟ – ୧ ଜୁନ୍ ରେ ଭୋଟ୍