ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ

ଭୁବନେଶ୍ୱର,୧୩/୦୫: ଓଡ଼ିଶାରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ମତଦାନ । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ ହୋଇଛି । ନବରଙ୍ଗପୁରରେରେ ସର୍ବାଧିକ ୪୪.୧୯% ମତଦାନ ହୋଇଥିବା ବେଳେ ନୂଆପଡାରେ ସର୍ବନିମ୍ନ ୪୩.୧୩% ଭୋଟଗ୍ରହଣ ହୋଇଛି । ସେହିଭଳି ଗଜପତିରେ ୪୦.୬୦%, କଳାହାଣ୍ଡିରେ ୪୨.୪୮%, କୋରାପୁଟରେ ୩୮.୨୫%, ମାଲକାନିଗିରିରେ ୩୯.୯୦%, ଗଞ୍ଜାମରେ ୩୨.୬୬%, ରାୟଗଡାରେ ୩୬.୧୧% ମତଦାନ ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ପୋଲିଂ ବୁଥ୍ ଗୁଡିକରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି ।