ଦୁବାଇରେ ପାଳନ ହେଲା ଓଡିଶା ଦିବସ

ଭୁବନେଶ୍ୱର,୧୭/୫: ଦୁବାଇରେ ଓଡିଶା ଦିବସ ପାଳନ ହୋଇସାରିଛି। ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଧୁମ ଧାମ ରେ ଏହି ଦିବସ ପାଳନ ହୋଇଛି। ଭୁବନେଶ୍ୱରରୁ ଦୁବାଇ କୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିବାରୁ ଏହି କାର୍ଯ୍ୟକ୍ରମ ହୋଇଛି।

ଦୁବାଇରେ ଓଡ଼ିଶା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ଦେଇ କହିଛନ୍ତି ଯେ ଭୁବନେଶ୍ବର-ଦୁବାଇ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଓଡ଼ିଶାକୁ ବିଶ୍ବସ୍ତରୀୟ କରିବାର ଏହା ଏକ ମାଧ୍ୟମ। ବର୍ଷକ ଭିତରେ ଏହି ପ୍ରତିଶ୍ରୁତି ପୂରଣରେ ଆମେ ସଫଳ ହୋଇଛୁ। ଏହାସହ ଖୁବ୍‌ ଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ଏବେ ବହୁ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଓ ଓଡ଼ିଶାର ଶିଳ୍ପ ଜଗତ ଦେଶ ବିଦେଶର ନିବେଶକଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶା ପରିବାର ନାମରେ ଏକ ନୂଆ ନିର୍ଦେଶାଳୟ କରାଯାଇଛି ଯାହା ଦେଶବିଦେଶର ଓଡ଼ିଆଙ୍କୁ ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଦୁବାଇରେ ପାଳନ ହେଉଥିବା ଓଡ଼ିଶା ଦିବସ ସମାରୋହ ରେ 5T ସଚିବ ଭିକେ ପାଣ୍ଡିଆନ ଉଦବୋଧନରେ  କହିଛନ୍ତି ବର୍ଷକ ମଧ୍ୟରେ ଭୁବନେଶ୍ୱରରୁ ଦୁବାଇକୁ ପ୍ରତିଦିନ ଉଡ଼ାଣ ଭରିବ ବିମାନ। ଖୁବଶୀଘ୍ର ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିବ ବିମାନ। ମୁଖ୍ୟମନ୍ତ୍ରୀ ପ୍ରକୃତରେ କଣ, ଆପଣଙ୍କ ପରବର୍ତ୍ତୀ ପିଢି ଅନୁଭବ କରିବେ। ଏହାସହ ଓଡ଼ିସାବାସୀଙ୍କ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନେକ ତ୍ୟାଗ ରହିଛି। ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ କୌଣସି ସଭାକୁ ବିଳମ୍ବରେ ଯାଇନାହାନ୍ତି।

ସୂଚନାଯୋଗ୍ୟ ଯେ ଗତବର୍ଷ ଜୁନ ୨୨ତାରିଖରେ ଦୁବାଇ – ଭୁବନେଶ୍ବର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ଏହାଦ୍ବାରା ସମୟ ଓ ଅର୍ଥ ବଞ୍ଚିବା ସହ ଅନେକ ଅସୁବିଧାକୁ ଏଡ଼ାଇ ମାତ୍ର ୪ ଘଣ୍ଟାରେ ଦୁବାଇରୁ ଭୁବନେଶ୍ବର ପହଞ୍ଚି ହେଉଛି ।