ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଓଡିଶା ଦଳର ଜର୍ସି ଉନ୍ମୋଚିତ

୨୦୨୧-୨୨ ପାଇଁ ଏମଜିଏମ ମିନେରାଲ୍ସ ଲିମିଟେଡ଼ ଓଡିଶା ଦଳର ଅଫିସିଆଲ ସ୍ପୋନସର

ଭୁବନେଶ୍ୱର, ୧୭/୧୧: ଆଜି ଓଡିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଓଡ଼ିଶା କ୍ରିକେଟ ଦଳର ଜର୍ସି ଉନ୍ମୋଚନ କରାଯାଇଛି। MGM ମିନେରାଲ୍ସ ଲିମିଟେଡ୍ ହେଉଛି ଓଡିଶା କ୍ରିକେଟ୍ ଆସୋସିଏସନ୍ ର ଅଂଶୀଦାର। ଅନ୍ୟପଟେ ୨୦୨୧-୨୨ ବର୍ଷ ପାଇଁ ଓଡିଶା କ୍ରିକେଟ୍ ଦଳର MGM ମିନେରାଲ୍ସ ଲିମିଟେଡ଼ ଅଫିସିଆଲ ସ୍ପୋନସର ରହିବ।

ଏହି ଜର୍ସି ଉନ୍ମୋଚନ ସମାରୋହରେ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଇଓ ସୁବ୍ରତ କୁମାର ବେହେରା, ମୁଖ୍ୟ ପ୍ରଶିକ୍ଷକ ୱାସିମ ଜାଫର ,  ରାଜେଶ ଧପର୍ (କ୍ୟାପଟେନ୍, ଓଡିଶା ସିନିୟର ପୁରୁଷ ଦଳ) ଏବଂ ମଧୁସ୍ମିତା ବେହେରା (କ୍ୟାପଟେନ, ଓଡିଶା ରାଜ୍ୟ ସିନିୟର ମହିଳା ଦଳ) ଉପସ୍ଥିତ ରହିଥିଲେ।