ଓସିଏ ଆପେଏକ୍ସ କାଉନସିଲ ବୈଠକ ଅନୁଷ୍ଠିତ

କଟକ, ୨୦/୧୦: ଆଜି  ଓଡିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ଅପରାହ୍ନ ୩ଟାରେ ଆପେକ୍ସ କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୦୨୧-୨୨ ବର୍ଷ ପାଇଁ ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।ଏହାସହ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପାଇଁ ଘରୋଇ କ୍ୟାଲେଣ୍ଡର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆସୋସିଏସନର କ୍ରିକେଟ୍ ଦିଗଗୁଡିକର ଉନ୍ନତି ଏବଂ ନିର୍ମାଣ ଓ ଭବିଷ୍ୟତରେ ବିସିସିଆଇରେ ଓଡିଶା ରାଜ୍ୟ ଦଳର ଅଂଶଗ୍ରହଣ ପ୍ରସ୍ତୁତି ପାଇଁ ଆଲୋଚନା ହୋଇଥିଲା।

ଏହି ବୈଠକରେ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ,  ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସଚିବ ମେହତବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ୍ ର ମନୋନୀତ ସଦସ୍ୟ ସୁବାଶି ସେନାପତି, ଆଏସିଏ ର ମନୋନୀତ ସଦସ୍ୟ ଆବାକାଶ ଖାଟୁଆ, ରଶ୍ମୀତା ମହାନ୍ତି, ଓସିଏର ସିିିଇଓ ସୁବ୍ରତ କୁମାର ବେହେରା ଏହି ବୈଠକରେ ଉପସ୍ଥିତ ରହିଥିଲେ |