ରାଜ୍ୟରେ କରୋନ ସ୍ଥିତି ସାଂଘାତିକ, ୨୪ ଘଣ୍ଟାରେ ୧୨୮୨ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୯/୪: ରାଜ୍ୟରେ ପୁଣିଥରେ  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୭୫୫ ଓ ସ୍ଥାନୀୟ ଅଞ୍ଚଳରୁ ୫୨୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୬ ହଜାର ୮୦୮କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୩ ଲକ୍ଷ ୩୮ ହଜାର ୮୯୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ  ଏବେ ବି ୫୯୪୧ ଜଣ ଚିକିତ୍ସାଧୀନ ଅଛନ୍ତି।