ଡିଜି ସ୍ତରୀୟ ପଦବୀରେ ଓଡିଶା-କ୍ୟାଡରର ଆଇପିଏସ୍ ଅଧିକାରୀ ପ୍ରଦୀପ କାପୁର ଓ ଦୁଇ ଜଣ ଓଡ଼ିଆ ଆଇପିଏସ ସାମିଲ

ନୂଆଦିଲ୍ଲୀ, ୧୧/୨: ଓଡିଶା-କ୍ୟାଡର ଆଇପିଏସ୍ ଅଧିକାରୀ ପ୍ରଦୀପ କାପୁର ୨୯ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି। ଯେଉଁମାନେ ବିଭିନ୍ନ ବିଭାଗରେ ଡାଇରେକ୍ଟର ଜେନେରାଲ୍ ସ୍ତର କିମ୍ବା ସମାନ ପଦବୀରେ ସାମିଲ ହେବା ପାଇଁ କେନ୍ଦ୍ର ସରକାର ଙ୍କ ଦ୍ୱାରା ଚୟନ ହୋଇଛନ୍ତି। ୧୯୮୬ ବ୍ୟାଚ୍ ଆଇପିଏସ୍ ଅଧିକାରୀ କାପୁର ବର୍ତ୍ତମାନ ଜାତୀୟ ଵୈଷୟିକ ଅନୁସନ୍ଧାନ ସଂଗଠନର କେନ୍ଦ୍ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଅକ୍ଟୋବର ୨୦୧୫ ଠାରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେହିପରି ଦୁଇ ଜଣ ଓଡ଼ିଆ ଆଇପିଏସ ମଧ୍ୟ ସାମିଲ ଅଛନ୍ତି। ଓଡିଆ ଆଇପିଏସ୍ ଅଧିକାରୀ ଏବଂ ଏଡିଜି ବିଏସ୍ଏଫ୍ ଉମେଶ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଡିଜି-ଲେଭଲ୍ ପୋଷ୍ଟ ପାଇଁ ସାମିଲ ହୋଇଥିବା ବେଳେ ସେହିପରି ଓଡିଆ ଆଇପିଏସ୍ ଅଧିକାରୀ ତଥା ଡିଜି NDRF ଏସ ଏନ ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି।

ଆଉ ଅନ୍ୟ ଅଧିକାରୀମାନେ ୧୯୮୫, ୧୯୮୬, ୧୯୮୭ ଏବଂ ୧୯୮୮ ବ୍ୟାଚ୍ ରୁ ଆସିଛନ୍ତି | ଡିଜି ସ୍ତରୀୟ ଏବଂ ସମାନ ପଦବୀ ପାଇଁ ଏହି ଅଧିକାରୀଙ୍କ ନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ, କ୍ୟାବିନେଟ୍ ସଚିବ, ଗୃହ ସଚିବ, କର୍ମକର୍ତ୍ତା ଏବଂ ଗୁପ୍ତଚର ବ୍ୟୁରୋର ନିର୍ଦ୍ଦେଶକଙ୍କୁ ନେଇ ଏକ ଚୟନ କମିଟି ଦ୍ୱାରା ବିବେଚନା କରାଯାଇଛି।