ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫/୦୭: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କର ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବା ତାଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ବୋଲି ଏହି ଅବସରରେ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ସମାଜର ୪ ବର୍ଗ ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି ।

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କଲେ ରାଜ୍ୟ ସରକାର । ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପିଏମ କିଷାନ ଢାଞ୍ଚାରେ ଆରମ୍ଭ ହେବ ସିଏମ କିଷାନ ଯୋଜନା ।ଗୋପନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କାର ବ୍ୟୟ ବରାଦ । ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟିର ବ୍ୟୟବରାଦ ହୋଇଛି । ଶ୍ରୀ ଅନ୍ନ ଅଭିଯାନକୁ ୬୪୯ କୋଟି ଟଙ୍କାର ବ୍ୟୟ ବରାଦ । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨ କୋଟି ଟଙ୍କାର ବ୍ୟୟବରାଦ ।