ଭବାନୀ ଶଙ୍କର ଭୋଇ ହେଲେ ଉପ-ବାଚସ୍ପତି

ଭୁବନେଶ୍ୱର,୨୪/୦୭: ଘୋଷଣା ହେଲା ଓଡିଶା ବିଧାନସଭାର ଉପ-ବାଚସ୍ପତିଙ୍କ ନାଁ । ଭବାନୀ ଶଙ୍କର ଭୋଇ ହେଲେ ଉପ-ବାଚସ୍ପତି । ବାଚସ୍ପତି ସୁରମା ପାଢୀ ତାଙ୍କ ନାଁ ଘୋଷଣା କରିଛନ୍ତି। ଦୁଇ ଦୁଇ ଥରର ତଳସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି ଭବାନୀ ଶଙ୍କର। ୨୦୧୯ ଓ ୨୦୨୪ରେ ତଳସରାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଭବାନୀ ଶଙ୍କରଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ଶାସକ ବିଜେପି ବାଛିଥିଲା।