ବିଧାନସଭାରେ ହଟ୍ଟଗୋଳ ପାଇଁ ଗୃହ ୪ଟା ଯାଏଁ ମୁଲବତୀ

ଭୁବନେଶ୍ୱର,୨୧/୭: ଗୃହରେ ସୋନିଆଙ୍କୁ ଇଡିର ସମନ ପ୍ରସଙ୍ଗ ଉଠାଇଲା କଂଗ୍ରେସ । ଏହାକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ଉଭୟ ଦଳର ବିଧାୟକ ହଟ୍ଟଗୋଳ କରିଛନ୍ତି । ବିଧାନସଭା ବାହାର ପ୍ରସଙ୍ଗ କହିଲେ ବିରୋଧୀ ଦଳର ଉପନେତା । ମୁଲତବୀ ଆଲୋଚନା ଦାବି କଲେ ବିରୋଧୀ ଦଳର ସଚେତକ । ହଟ୍ଟଗୋଳ ପାଇଁ ଗୃହ ୪ଟା ଯାଏଁ ମୁଲତବୀ ।

ସେପଟେ ଭୁବନେଶ୍ୱର କଂଗ୍ରେସ ଭବନରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଇଡି ଅଫିସ ଅଭିମୁଖେ ବାହାରିଛି । ସୋନିଆଙ୍କୁ ଜେରା ପ୍ରତିବାଦରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଘେରାଉ କରିବେ କଂଗ୍ରେସ କର୍ମକର୍ତ୍ତା । ରାଜନୈତିକ ଆକ୍ରୋଶ ରଖି ସୋନିଆ ଗାନ୍ଧୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନକୁ ଆଖିରେ ରଖି ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।