ଆଜି ବି ଆରମ୍ଭରୁ ଅଚଳ ବିଧାନସଭା, ଘଣ୍ଟ ଓ ଝାଞ୍ଜ ବଜାଇ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର,୨୪/୦୩: ରାଜ୍ୟ ବିଧାନସଭାରେ ଚାଲିଛି ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆଜି ବି ଆରମ୍ଭରୁ ଅଚଳ ବିଧାନସଭା । ପୁଣି ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା ଦେଖିବାକୁ ମିଳିଛି । ଉଭୟ ବିରୋଧୀ କଂଗ୍ରେସ ଓ ବିଜେଡି ପ୍ରତିବାଦ କରିଛନ୍ତି । ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । ଘଣ୍ଟ ଓ ଝାଞ୍ଜ ବଜାଇ କଂଗ୍ରେସର ପ୍ରତିବାଦ କରିଛି । ମେଡିକାଲ ଶିକ୍ଷାରେ ବିଜେଡି ସଂରକ୍ଷଣ ଦାବି କରିଛି । ୨୭ ପ୍ରତିଶତ ସଂରକ୍ଷଣ , ଏସସି/ଏସଟି ଓ ଓବିସିଙ୍କ ପାଇଁ ସଂରକ୍ଷଣ ଦାବିରେ ପ୍ରତିବାଦ କରିଥିଲା ବିଜେଡି । ଏପଟେ ନାରୀ ସୁରକ୍ଷା ନେଇ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ କରିଥିଲେ । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୧୨ଟା ୯ ମିନିଟ୍ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

Leave a Reply

Your email address will not be published. Required fields are marked *