ବିଧାନସଭାରେ ଆଜି ବି ବିରୋଧୀଙ୍କ ହଟ୍ଟଗୋଳ, କଳାସାର୍ଟ ପିନ୍ଧି ବଜେଇଲେ ଘଣ୍ଟ

ଭୁବନେଶ୍ୱର,୨୧/୦୮: ବିଧାନସଭାରେ ଚାଲିଛି ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆଜି ବି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଧାନସଭାରେ ବାଜିଲା ଘଣ୍ଟ । ବିଧାନସଭାକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଆଜି ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରିନି ବିଧାନସଭା । ଆଉ ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ନିଆରା ପ୍ରତିବାଦ । କଂଗ୍ରେସ ବିଧାୟକମାନେ କଳାସାର୍ଟ ଆଉ କଳାବ୍ୟାଚ୍ ପିନ୍ଧିବା ସହିତ ଘଣ୍ଟ ବଜେଇ ପ୍ରତିବାଦ କରିଛନ୍ତି । ତେବେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍ ଷ୍ଟ୍ରିମିଂରେ ନ ଦେଖାଇବା ଏବଂ ପକ୍ଷପାତିତା ଅଭିଯୋଗ ଆଣି ବିଜେଡି ପ୍ରତିବାଦ କରିଛି । ସେହିପରି କଂଗ୍ରେସ ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ହୋହାଲ୍ଲା କରିଛି । ଖାସ୍ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ଏହି ପ୍ରତିବାଦର ନେତୃତ୍ୱ ନେଇଛନ୍ତି । ତାରା ନିଜେ ଆଗରେ ରହି, ଘଣ୍ଟ ବଜେଇ ବିଧାନସଭାରେ ପ୍ରତିବାଦ କରିଛନ୍ତି ।

Leave a Reply

Your email address will not be published. Required fields are marked *