ଆଜି ବି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, କଂଗ୍ରେସ ବିଧାୟକ ହୁଇସିଲ୍ ବଜେଇ କରିଥିଲେ ପ୍ରତିବାଦ

ଭୁବନେଶ୍ୱର,୨୦/୦୩: ବିଧାନସଭାରେ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଚାଲିଛି । ଆଜି ବି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ହୁଇସିଲ୍ ବଜେଇଥିଲେ । ଯାହାପହଲରେ ବାଚସ୍ପତି ବିଧାନସଭାକୁ ମୁଲତବି ଘୋଷଣା କରିଛନ୍ତି । ଗୁରୁବାର ବିଧାନସଭାରେ ଦେଖିବାକୁ ମିଳିଥିବା ରୋଚକ ଦୃଶ୍ୟ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । ତେବେ ଏହାପରେ କିନ୍ତୁ ଆରମ୍ଭ ହେଇଯାଇଥିଲା କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ନାରୀ ସୁରକ୍ଷା ଦାବି କରି ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ । ବିଧାନସଭା ଭିତରେ ହୁଇସିଲ୍ ବଜେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ମନା କରିଥିଲେ ବି, ବିଧାୟକମାନେ ହୁଇସିଲ୍ ବଜାଇବା ବନ୍ଦ କରିନଥିଲେ । ଯାହାପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେଲା ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ବିଧାନସଭା । ବାଚସ୍ପତି ବାରମ୍ବାର ଗୃହକୁ ସୁରୁଖୁରୁରେ ଚଳାଇବାକୁ ଚାହୁଁଥିଲେ ବି, ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ବିଧାନସଭା ।

Leave a Reply

Your email address will not be published. Required fields are marked *