ବିରୋଧୀଙ୍କ ହଟ୍ଟଗୋଳ ଭିତରେ ମାତ୍ର ୬ ମିନିଟ୍‌ ଚାଲିପାରିଲା ଗୃହ

ଭୁବନେଶ୍ୱର,୦୭/୦୩: ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାକୁ ବାଚସ୍ପତି ଆସିବା ପୂର୍ବରୁ ଆରମ୍ଭ ହୋଇଗଲା ବିରୋଧିଙ୍କ ହଟ୍ଟଗୋଳ । କଂଗ୍ରେସ ମହିଳା ନିର୍ଯାତନାକୁ ପ୍ରସଙ୍ଗ ଉଠାଇଥିବା ବେଳେ ବିଜେଡି ବିଜୁ ବାବୁଙ୍କୁ ଅସମ୍ମାନ ପ୍ରସଙ୍ଗ ଉଠାଇଥିଲା । ସକାଳ ୧୦ଟା ସମୟରେ କଂଗ୍ରେସର ବିଧାୟକମାନେ ମହିଳା ଅତ୍ୟାଚାରକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ତା’ପରେ ୧୦ ଟା ୨୮ ରେ କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ଲେଖାଥିବା ବ୍ୟାନର ବେକରେ ପକାଇ ଗୃହ ମଧ୍ୟକୁ ନାରାବାଜି ଦେଇ ପ୍ରବେଶ କରିଥିଲେ । କଂଗ୍ରେସର ନାରାବାଜି ଦେଖି ବିଜେଡି ବିଧାୟକମାନେ ବିଜୁ ବାବୁଙ୍କୁ ଅସମ୍ମାନ ଚଳିବ ନାହିଁ ଲେଖାଥିବା ପ୍ଲା-କାର୍ଡ ଧରି ଆରମ୍ଭ କରିଥିଲେ ହଟ୍ଟଗୋଳ । ୧୦ ଟା.୨୮ ରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ୧୦ଟା ୩୦ରେ ବାଚସ୍ପତି ଆସିଥିଲେ । ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀ। ହଟ୍ଟଗୋଳ ଭିତରେ ମାତ୍ର ୬ ମିନିଟ୍‌ ଚାଲିପାରିଥିଲା ଗୃହ।

Leave a Reply

Your email address will not be published. Required fields are marked *