ଭୁବନେଶ୍ୱର,୧୮/୦୨:ବିଧାନସଭା ରେ ଚାଲିଛି ବଜେଟ ଅଧିବେଶନ। ଏବେ ବି ଅନେକ ଗାଁ ବିଶୁଦ୍ଧ ପାନୀୟ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ୍ନ ହେଉଥିବା ନେଇ ଗୃହରେ ଉଠିଲା ପ୍ରଶ୍ନ ।୨୦୨୬ ସୁଦ୍ଧା ସବୁ ଗାଁକୁ ଯୋଗାଇ ଦିଆଯିବ ପାଇପ୍ ପାଣିର ସୁବିଧା । ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଲେ ପାନୀୟ ଜଳଯୋଗାଣ ମନ୍ତ୍ରୀ । କହିଲେ,ରାଜ୍ୟରେ ୬,୭୯୪ଟି ପଞ୍ଚାୟତ ରହିଛି । ୫୨ ହଜାର ୬୩ଟି ୱାର୍ଡକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି ।୨୦୨୬ ସୁଦ୍ଧା ୪୦ ହଜାର ୧୯୩ଟି ୱାର୍ଡକୁ ପାଇପ୍ ପାଣିର ସୁବିଧା ପହଞ୍ଚାଇବା ଲକ୍ଷ୍ୟ ରହିଛି । ଏହା ସହ ଜଳଜୀବନ ମିଶନର ଅବଧି ବଢିଛି । କେନ୍ଦ୍ର ସରକାର ଏନେଇ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି । ବସୁଧା ଯୋଜନାରେ ୧ ହଜାର ୬୦୦ କୋଟି ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ ରହିଛି ।