ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ରାଜ୍ୟରେ IAS,IPS ଅଧିକାରୀଙ୍କ ମରୁଡି

ଭୁବନେଶ୍ୱର, ୧୭/୦୨: ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ରାଜ୍ୟରେ IAS,IPS ଅଧିକାରୀଙ୍କ ମରୁଡି । ୬୬ IAS ପଦବୀ ଓ ୬୯ IPS ପଦବୀ ଖାଲିପଡିଛି । ଏ ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ୨୨ IAS ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ୧୦ IPS ୫ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧିକ କାର୍ଯ୍ୟକଳାପ । ୨୦୨୩ ତୁଳନାରେ ୨୦୨୪ରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି ।