ଭୁବନେଶ୍ୱର,୬/୧୨: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ । ପରୀକ୍ଷା ଗଫଲତି ରୋକିବାକୁ ରାଜ୍ୟ ସରକାର ଏହି ନୂଆ ବିଲ୍ ଆଣିଥିଲେ, ଯାହାକି ଏବେ ବିଧାନସଭାରେ ପାରିତ ହେଇଛି । ତେବେ ନୂଆ ବିଲରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଥିବା ନେଇ ସୂଚନା ମିଳିଛି । ଏହି ବିଲ ମୁତାବକ, ଯଦି କୌଣସି ବ୍ୟକ୍ତି ବା ବ୍ୟକ୍ତିମାନେ ଏହି ଅଧିନିୟମ ଅଧୀନରେ ଅପରାଧ ଅବଲମ୍ବନ କରନ୍ତି, ତେବେ ସେ ଅତି କମରେ ତିନି ବର୍ଷ ଠାରୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ୟ୍ୟନ୍ତ କାରାବାସ ଏବଂ ଦଶ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ । ଜୋରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ ।
ଯଦି କୌଣସି ଅନୁଷ୍ଠାନ ସଂଗଠିତ ଅପରାଧ କରିବାରେ ସମ୍ପୃକ୍ତ ଥୁବ, ତା’ହେଲେ ତା’ର ସମ୍ପତ୍ତି ଜବତ କରାଯିବ ଓ ବାଜ୍ୟାପ୍ତ କରାଯିବ ଏବଂ ସେଥୁରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ ।