ବିଧାନସଭାର ବଜେଟ୍ ଅଧିବେଶନ, ଆରମ୍ଭରୁ କକ୍ଷତ୍ୟାଗ କଲେ ବିରୋଧୀ ବିଜେଡି, କଂଗ୍ରେସ ବିଧାୟକ

ଭୁବନେଶ୍ୱର,୨୨/୦୭: ଆଜି ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଇଛି । ତେବେ ଅଧିବେଶନ ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଆଜି ଗୃହ ଆରମ୍ଭ ହେବା ପରେ ପରେ  ଓଡିଆ ଅସ୍ମିତା କଥା ଉଠାଇ ପ୍ରତିବାଦ କରିଥିଲେ ବିଜେଡି ଓ କଂଗ୍ରେସ ବିଧାୟକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆସନରେ ଛିଡା ହେଇ ପ୍ରତିବାଦ କରିଥିଲେ । ତା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ । ସୂଚନାଯୋଗ୍ୟ ଯେ, ଆଜିଠାରୁ ଆରମ୍ଭ ହେଇଛି ବିଧାନସଭାରେ ବଜେଟ୍ ଅଧିବେଶନ। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର।