ଭୁବନେଶ୍ୱର,୨୧/୦୭:୨୫ ବର୍ଷ ପରେ ଏଥର ବିଧାନସଭାର ସରକାର ରେ ବସି ଆସୁଥିବା ବିଜେଡି ହେବ ମୁଖ୍ୟ ବିରୋଧୀ ଦଳ । ବିରୋଧୀ ଦଳ ନେତା ପଦରେ ବସିବେ ନବୀନ ପଟ୍ଟନାୟକ । ଆଉ ସରକାରୀ ଦଳ ଆସନରେ ବସିବ ବିଜେପି । ନୂଆ ବିଧାନସଭାରେ ନୂଆ ସରକାର ଓ ନୂଆ ବିରୋଧୀ ଦଳ ସହ ଏଥର ପ୍ରସଙ୍ଗ ବି ନୂଆ ରହିଛି । ଶନିବାର ବିଧାୟକ ଦଳ ବୈଠକରେ ନୂଆ ବିଧାନସଭା ପାଇଁ ରଣନୀତି କରିସାରିଛି ବିଜେଡି। ଦରବୃଦ୍ଧି, ରଥଯାତ୍ରାରେ ପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି, ଏଏସଓଙ୍କୁ ମାଡ ଘଟଣା, ବାଲେଶ୍ବର ହିଂସା ପ୍ରସଙ୍ଗ ଉଠାଇବ ବିଜେଡି । ଆଉ ବିଜେପି କହିଛି , ସବୁ ପ୍ରସଙ୍ଗର ଉପରେ ଆଲୋଚନ କରିବାକୁ ସରକାର ରାଜି ଅଛନ୍ତି । ସରକାରଙ୍କ ଏକମାସର ରିପୋର୍ଟ କାର୍ଡ ଦେଖାଇ ବିଜେପି ସରକାରକୁ ଘେରିବ ବିଜେଡି । ଆଉ ୨୫ ବର୍ଷର ଶାସନର ହିସାବ ଦେଇ ବିଜେଡିକୁ ବି ଘେରିବ ଶାସକ ବିଜେପି ।