ଡିସେମ୍ବର ୧ରୁ ବିଧାନସଭା ଅଧିବେଶନ ଆରମ୍ଭ

ଭୁବନେଶ୍ୱର, ୧୪/୧୧: ଆସନ୍ତା ମାସ ପହିଲାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ରେ ୨୬ଟି କାର୍ଯ୍ୟ ଦିବସ  ଓ ୫ ଦିନ ଛୁଟି ଦିବସ ରହିଛି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବା ନେଇ ସୂଚନା ରହିଛି । ଡିସେମ୍ବର ୧୧ରୁ ଡିସେମ୍ବର ୩୧ ଯାଏ ଗୃହର ଅଧିବେଶନରେ କେଉଁ କାର୍ଯ୍ୟକ୍ରମ ହେବ, ସେନେଇ ସ୍ଥିର ହୋଇନାହିଁ। କେବଳ ଅଫିସିଆଲ ବିଜନେସ୍ ଓ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ଭାବେ ଉଲ୍ଲେଖ ରହିଛି । ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଛୁଟି ରହିବ। ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୀତ ଅଧିବେଶନ କଟକଣା ଅନୁଯାୟୀ ପାଳନ ହେବ । ଏଥିପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଧାୟକଙ୍କର କୋଭିଡ୍ ଟେଷ୍ଟ କରାଯିବ।