ଆସନ୍ତାକାଲି ଓଡିଶା ବନ୍ଦ

ଭୁବନେଶ୍ୱର, ୧୪/୭: ରାଜ୍ୟରେ ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। କରୋନା କାଳରେ ସମସ୍ତିଙ୍କ ଅର୍ଥନୈତିକ ଅବସ୍ଥା ବିଗିଡି ଯାଇଥିବା ବେଳେ ଏହିପରି ତେଲ ଦର ବୃଦ୍ଧି ଯୋଗୁ ସମସ୍ତେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ତେଣୁ ତୈଳଦର ବୃଦ୍ଧି ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବାମଦଳ । ଆସନ୍ତାକାଲି ସକାଳ ୬ରୁ ଦିନ ୧୨ଟା ଯାଏଁ ଓଡିଶା ବନ୍ଦ ରହିବ।