ରାଜ୍ୟରେ କୋଭିଡ ନିୟନ୍ତ୍ରଣ ପାଇଁ ଆସୁଛି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର, ୨/୭: ରାଜ୍ୟରେ ସବୁବେଳେ ୩ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ପାଇଁ ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍‌। ସେହିପରି  ଓଡ଼ିଶା ସମେତ ୬ଟି ଅଧିକ ସଂକ୍ରମିତ ରାଜ୍ୟକୁ କେନ୍ଦ୍ର ପଠାଇଛି ଟିମ୍‌। ୬ ରାଜ୍ୟ ହେଉଛି ଓଡ଼ିଶା, କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁର। ଏହି ସବୁ ରାଜ୍ୟରେ କରୋନାର ଦ୍ରୁତଗାମୀ ଯୋଗୁ  କେନ୍ଦ୍ର ପଠାଇଛି ବିଶେଷଜ୍ଞ ଟିମ୍‌ । ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରି କୋଭିଡ ସ୍ଥିତି ଅନୁଧ୍ୟାନ କରିବ ଟିମ୍‌ ଓ କୋଭିଡ ନିୟନ୍ତ୍ରଣରେ ଥିବା ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେବ ।