ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର, ୩/୩: ରାଜ୍ୟରେ ଏବେ କୋଭିଡ଼ ଟୀକା କରଣ ଚାଲିଛି। ସେହି ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗତକାଲି ୨୧,୭୨୬ ଜଣଙ୍କୁ ଟିକାକରଣ କରାଯାଇ ଥିବା ବେଳେ ୧ ଓ ୨ ତାରିଖ ସୁଦ୍ଧା ୩୩,୩୧୫ ଜଣଙ୍କୁ ଟିକା ଦିଆଗଲାଣି । ଟିକା ନେବା ପରେ କାହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବ ନାହିଁ । ଟିକା ନେବା ପରେ ଆଣ୍ଟିବଡି ନେଇ ୩ଟି ସ୍ଥାନରେ ଷ୍ଟଡି କରାଯାଉଛି । ବୁର୍ଲା, କ୍ୟାପିଟାଲ ହସ୍ପିଟାଲ ଓ ଆରଏମଆରସିରେ ଷ୍ଟଡି ଚାଲିଛି । ଘରୋଇ ହସ୍ପିଟାଲରେ ଏବେ ଟିକାକରଣ କରାଯିବ । ରାଜ୍ୟରେ ଏବେ ୭ଲକ୍ଷ କରୋନା ଟିକା ମହଜୁଦ ରହିଛି ବୋଲି ସେ କହିଛନ୍ତି।