ଓଡ଼ିଶା ପାଇଲା ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର

ପୁରୀ, ୧୮/୧୧: ଓଡ଼ିଶା ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର ପାଇଛି। ପୁରସ୍କାର ବାବଦକୁ ରାଜ୍ୟ ସରକାର  ୧୦ ଲକ୍ଷ ଟଙ୍କା ପାଇବେ। ଏନେଇ ପୁରସ୍କାର ଘୋଷଣା କରିିଛି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରାଳୟ। ବିଶ୍ବ ମତ୍ସ୍ୟ ଦିବସରେ ଓଡ଼ିଶାକୁ ଦିଆଯିବ ପୁରସ୍କାର।

ସେହିପରି ଅନ୍ତଦେଶୀୟ ଜିଲ୍ଲା ଭାବେ କଳାହାଣ୍ଡି ପାଇବ ଶ୍ରେଷ୍ଠ ପୁରସ୍କାର। କଳାହାଣ୍ଡି ଜିଲ୍ଲାକୁ ପୁରସ୍କାର ବାବଦକୁ ୩ ଲକ୍ଷ ଟଙ୍କା ମିଳିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଅନ୍ତର୍ଦେଶୀୟ ରାଜ୍ୟ ଭାବେ ଉତ୍ତରପ୍ରଦେଶକୁ ପୁରସ୍କାର ମିଳିଛି। ପାର୍ବତ୍ୟ ଓ ଉତ୍ତର-ପୂର୍ବ ରାଜ୍ୟ ଭାବେ ଆସାମକୁ ପୁରସ୍କାର ମିଳିବ।