ରାଜଧାନୀରେ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର,୧୭/୦୨: ଭୁବନେଶ୍ୱର ପଟିଆ ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ରଙ୍କ ଉନ୍ମକ୍ତକାଣ୍ଡ। ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନେପାଳୀ ଛାତ୍ରୀଙ୍କୁ ଅସଦାରଣ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଅନ୍ୟ ଛାତ୍ରମାନେ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି । ରାତି ସାରା କ୍ୟାମ୍ପସ୍‌ରେ ଉତ୍ତେଜନା ପରେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେବେ । ସେବପଟେ ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ଜେରା କରୁଛି ଇନଫୋସିଟି ଥାନା ପୋଲିସ।