ଆସନ୍ତା ୧୬ ରେ ଓଡିଶା ସିଭିଲ ସର୍ଭିସ-୨୦୨୧ର ପ୍ରିଲିମ ପରୀକ୍ଷା

ଭୁବନେଶ୍ୱର,୨୧/୯: ଓଡିଶା ସିଭିଲ ସର୍ଭିସ-୨୦୨୧ର ପ୍ରିଲିମ ପରୀକ୍ଷାର ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୧୬ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦିନ ୨ଟି ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ଦିନ ୧୨ଟା ଯାଏ ଜେନେରାଲ ଷ୍ଟଡିଜ ପେପର-୧ ଏବଂ ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ଅତିରିକ୍ତ ୪୦ ମିନିଟ ସମୟ ମିଳିବ । ରାଜ୍ୟର ୫ଟି ଜୋନରେ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଲୋକସେବା ଆୟୋଗ ।