ଓକାକ ସିଇଓଙ୍କ ହ୍ୱାଟ୍ସ୍ଆପ୍‌ ହ୍ୟାକ୍ କରି ଠକେଇ ଘଟଣାରେ ମିଳିଲା ନୂଆ ତଥ୍ୟ

ଭୁବନେଶ୍ୱର, ୧୭/୧୧:  ଓକାକ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସ୍ଆପ୍‌ ହ୍ୟାକ୍ କରି ବହୁ ଟଙ୍କା ଠକେଇ ହୋଇଥିଲା। ଏହି ଠକେଇ ଘଟଣାରେ ନାଇଜେରିଆ ଗ୍ୟାଙ୍ଗର ଲିଙ୍କ୍ ଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଦିଲ୍ଲୀ ଓ ବେଙ୍ଗାଲୁରୁରୁ  ଅପରେଟ କରାଯାଉଥିବା ନେଇ ସୂଚନା ରହିଛି। ଲିଙ୍କ୍ ପଠାଇ ହ୍ୱାଟ୍ସ୍ଆପ୍‌ ଆକାଉଣ୍ଟ କଣ୍ଟ୍ରୋଲ ନେଉଥିଲେ। ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୂର୍ବରୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଓଡ଼ିଶା କ୍ରାଇମବ୍ରାଞ୍ଚ ଦିଲ୍ଲୀ ଓ ବେଙ୍ଗାଲୁରୁର ପୁଲିସ ଯୋଗାଯୋଗରେ ଅଛି । ଖୁବ୍ ଶୀଘ୍ର କାଇମବ୍ରାଞ୍ଚର ଏକ ଟିମ୍ ବେଙ୍ଗଲୁରୁ ଯିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା ଦେଇଛନ୍ତି।