ଓସିଏ ଆପେକ୍ସ କାଉନସିଲ ବୈଠକ, କ୍ରିକେଟ କ୍ଷେତ୍ରରେ ଉନ୍ନତି ଓ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ହେଲା ଆଲୋଚନା

କଟକ,୧୬/୧୨: ଓଡିଶା କ୍ରିକେଟ ଆସୋସିଏସନର ଆପେକ୍ସ କାଉନସିଲ ବୈଠକ କଟକ ବାରବାଟୀ ଷ୍ଟାଡିୟମ ସ୍ଥିତ ଓସିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା , ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ରାକେଶ ମହାନ୍ତି, ଗୀତା ସାମନ୍ତରାୟ , ଓସିଏ ସିଇଓ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ରହି କ୍ରିକେଟର ବିକାଶ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଥିଲେ। ଆଗାମୀ ଦିନରେ ଓଡ଼ିଶାରେ କ୍ରିକେଟର ଉନ୍ନତି ପାଇଁ କଣ କରାଯାଇପାରିବ ସେନେଇ ଆଲୋଚନା ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହି ଆପେକ୍ସ କାଉନସିଲ ବୈଠକ ପୂର୍ବଦିନ ଅର୍ଥାତ ଗତ ଶୁକ୍ରବାର ଓସିଏର ଅର୍ଥ କମିଟି ଓ ଟୁର୍ଣ୍ଣାମେଣ୍ଟ କମିଟି ବୈଠକ କରାଯାଇଥିଲା।