ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି

ଭୁବନେଶ୍ୱର,୧୯/୧୦: ଓଡ଼ିଶା ହାଇକୋର୍ଟ ରେ ନବନିଯୁକ୍ତ ହୋଇଥିବା ୩ ବିଚାରପତିଙ୍କ ଆଜି ଶପଥ ଗ୍ରହଣ ଉତ୍ସବ ହୋଇଛି। ଏହି ଉତ୍ସବରେ ଶପଥ ନେଇଛନ୍ତି ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର । ୩ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର । ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।