OAS ରେଜଲ୍ଟ ପ୍ରକାଶିତ, ସୁଦେବ କୁମାର ପୃଷ୍ଟି ଟପ୍ପର

ଭୁବନେଶ୍ୱର,୩୧/୦୭: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ OAS ୨୦୨୧-୨୨ର ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଅଛନ୍ତି। ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଥିବା ବେଳେ ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା ୪ର୍ଥ, ଶ୍ୱେତଲିନା ମାହାନା ୫ମ, ଅଗ୍ନିଜା ଶିବଦତ୍ତା ୬ଷ୍ଠ, ସନ୍ତୋଷ କୁମାର ପାତ୍ର ୭ମ, ମୀମାଂସା ସାହୁ ୮ମ, ବିନ୍ଦୁ ବଳୟ ରାଉତରାୟ ୯ମ ଓ ସୌମ୍ୟରଂଜନ ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି।