ଅଗଷ୍ଟ ୨୭ରେ ଓଏସ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର, ୧୯/୭: ରାଜ୍ୟରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିଲା । ଏଥିପାଇଁ ସବୁ ସ୍କୁଲ, କଲେଜ ବନ୍ଦ ରଖାଯିବା ସହ ସମସ୍ତ ପରୀକ୍ଷା ମଧ୍ୟ ବାତିଲ କରାଯାଇଥିଲା । ଏହାରିମଧ୍ୟରେ ଅଗଷ୍ଟ ୨୭ରେ ଓଡିଶା ସିଭିଲ ସର୍ଭିସ ୨୦୨୦ ପ୍ରିଲିମିନାରୀ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ଦିନ ୧୦ ଟାରୁ ୧୨ ତା ପର୍ଯ୍ୟନ୍ତ ପ୍ରଥମ ପେପର ପରୀକ୍ଷା କରାଯିବ । ସେହିପରି ଦିନ ସାଢେ ଗୋଟେରୁ ସାଢେ ତିନିଟା ପର୍ଯ୍ୟନ୍ତ ଦ୍ୱତୀୟ ପରୀକ୍ଷା ହେବ। ରାଜ୍ୟର ୫ ଟି ସହରରେ ଏହି ପରୀକ୍ଷା କରାଯିବ । ୫ ସହର ହେଉଛି ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, କଟକ ଓ ସମ୍ବଲପୁର । ଅନ୍ୟପଟେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ପ୍ରତି ପେପରରେ ଚାଳିଶି ମିନିଟ ଅଧିକ ସମୟ ଦିଆଯିବ ।