ରାଜ୍ୟରେ ଏଣିକି କମିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୧୬।୧୦: ରାଜ୍ୟରେ ଏବେ ଦିନକୁ ଦୁଇ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହା ପୂର୍ବ ଦିନ ଅପେକ୍ଷା କମ ରହିଛି। ଏହାରି ମଧ୍ୟରେ ଆଜି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡିଶାରେ ଆଗକୁ କରୋନା ସଂକ୍ରମଣ କମିବ । ସେପ୍ଟେମ୍ବର ୧୧ରୁ ୨୫ ଯାଏଁ ସଂକ୍ରମଣ ସଂଖ୍ୟା ୪୨୦୦ ରେ ପହଁଚିିଥିଲା। ଟେଷ୍ଟିଂ କମିନି କିନ୍ତୁ ସେପ୍ଟେମ୍ବର ୨୫ରୁ ସଂକ୍ରମଣ କମିଛି । କିନ୍ତୁ ଆଗକୁ ପୂଜା ଆସୁଛି ସଂକ୍ରମଣ ସଂଖ୍ୟା କମିଗଲା ଭାବି ଅବହେଳା କଲେ ସଂକ୍ରମଣ ବଢିବ ।

ଅନ୍ୟପଟେ ଲୋକେ ସଚେତନ ହୋଇଛନ୍ତି ସେହିପରି ଏଭଳି ଆଗକୁ ମଧ୍ୟ ଜାରି ରଖିବାକୁ ପଡିବ । ରାଜ୍ୟରେ ମୃତ୍ୟୁହାର କିଛି ବଢିଛି କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି । ଶୀତ ଦିନରେ ଥଣ୍ଡା ହେଲେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି  ତେଣୁ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି।