ଭୁବନେଶ୍ୱର ଗସ୍ତରେ NSG ଟିମ

ଭୁବନେଶ୍ୱର, ୧୩/୩:ଆଜି ରାଜଧାନୀ ଭୁବନେଶ୍ବର ଗସ୍ତରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ(NSG)ଟିମ ଆସିଛି। ସେହି ୫ ଜଣିଆ NSG ଟିମ୍‌ରେ ୨ ବରିଷ୍ଠ ଅଧିକାରୀ ଥିବା ସୁୁଚନା ରହିିଛି । ସେମାନେ ମାର୍ଚ ୧୬ରେ ଲିଙ୍ଗରାଜ ମନ୍ଦିରରେ  NSGର ମକ୍‌ ଡ୍ରିଲ କରିବାକୁ ଥିବା ବେଳେ ୧୮ରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ NSG । ଅନ୍ୟପଟେ ମକ୍‌ ଡ୍ରିଲ ପୂର୍ବରୁ କମିସନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।