ଧବଳେଶ୍ୱରଙ୍କ ପୀଠକୁ ଯିବାକୁ ଖୋଲିଲା କଂକ୍ରିଟ ସେତୁ, ଏବେ ସୁବିଧାରେ କରିପାରିବେ ଦର୍ଶନ

ଭୁବନେଶ୍ୱର, ୦୫/୦୭: ଏବେ ସୁବିଧାରେ ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ। ଆଜି ପୂଜାର୍ଚ୍ଚନା ପରେ ଖୋଲିଲା ଧବଳେଶ୍ୱରଙ୍କ ପୀଠକୁ ଯିବାକୁ କଂକ୍ରିଟ ସେତୁ । ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍ ଲଗାଯାଇଥିଲା । ଏହା ପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା । ସେହି ରାସ୍ତା ଦେଇ ଲୋକେ ପୀଠକୁ ଯାଉଥିଲେ । ହେଲେ ମହାନଦୀର ଜଳସ୍ତର ବୃଦ୍ଧି ସହ ଅସ୍ଥାୟୀ ରାସ୍ତା ଧୋଇଯିବାରୁ ଧବଳେଶ୍ୱର ପୀଠକୁ ଯାତାୟତ ବନ୍ଦ ରହିଥିଲା । ଏବେ କଂକ୍ରିଟ୍ ସେତୁ ଦେଇ ଧବଳେଶ୍ୱର ପୀଠକୁ ଯିବେ ଶ୍ରଦ୍ଧାଳୁ ।