ରସାୟନ ବିଜ୍ଞାନ କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୪/୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭଙ୍କୁ ମିଳିବ ନୋବେଲ୍। 2023 ବର୍ଷ ପାଇଁ ଏହି ତିନି ରସାୟର ବିଜ୍ଞାନୀ ପାଇବେ ବିଶ୍ୱର ଶ୍ରେଷ୍ଠତମ ନୋବେଲ ସମ୍ମାନ। ଏହି ତିନି ଜଣ ରସାୟନବିତ ସବୁଠାରୁ ଛୋଟ କଣିକା ଉଦ୍ଭାବନ କରିଥିବା ବେଳେ ସେଗୁଡ଼ିକର ଧର୍ମ କ୍ବାଣ୍ଟମ୍ ଥ୍ୟୁରି ମାଧ୍ୟରେ ଜାଣିହେଉଛି । ଏହି କ୍ଷୁଦ୍ର କଣିକାଗୁଡ଼ିକୁ କ୍ବାଣ୍ଟମ-ଡଟସ୍‌ ବୋଲି କୁହାଯାଉଥିବା ବେଳେ ଏହି ଉଦ୍ଭାବନ ନାନୋ ଟେକନୋଲୋଜି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ନୋବେଲ ଆସେମ୍ବଲି ପକ୍ଷରୁ କୁହାଯାଇଛି ।