ଏକ୍ସ, ୟୁଟ୍ୟୁବ୍ ଓ ଟେଲିଗ୍ରାମକୁ ନୋଟିସ୍ ପଠାଇଲା ଆଇଟି ମନ୍ତ୍ରାଳୟ

ନୂଆଦିଲ୍ଲୀ,୬/୧୦: ଏକ୍ସ, ୟୁଟ୍ୟୁବ୍ ଓ ଟେଲିଗ୍ରାମକୁ ନୋଟିସ୍ ପଠାଇଲା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ। ଶିଶୁ ଯୌନ ଶୋଷଣ ବିଷୟବସ୍ତୁକୁ ନେଇ ନୋଟିିିସ ଜାରି ରହିଛି। ଏହି  ନୋଟିସ ଜାରି କରି ଭାରତୀୟ ଇଣ୍ଟରନେଟରେ ସେମାନଙ୍କ ପ୍ଲାଟଫର୍ମରୁ ଶିଶୁ ଯୌନ ଶୋଷଣ ସମ୍ପର୍କିତ ବିଷୟବସ୍ତୁ (ସିଏସଏଏମ୍) ହଟାଇବାକୁ ଚେତାବନୀ ଦେଇଛି ।ଏହି ପ୍ଲାଟଫର୍ମଗୁଡିକୁ ଦିଆଯାଇଥିବା ନୋଟିସରେ ସେମାନଙ୍କ ପ୍ଲାଟଫର୍ମରେ କୌଣସି ସିଏସଏଏମ୍କୁ ତୁରନ୍ତ ଏବଂ ସ୍ଥାୟୀ ଭାବରେ ହଟାଇବା କିମ୍ବା ଆକସେସକୁ ଅକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭବିଷ୍ୟତରେ ସିଏସଏଏମର ପ୍ରସାରକୁ ରୋକିବା ପାଇଁ ବିଷୟବସ୍ତୁ ମଡରେସନ୍ ଆଲଗୋରିଦମ୍ ଏବଂ ରିପୋର୍ଟିଂ ମେକାନିଜମ୍ ଭଳି ସକ୍ରିୟ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି ।