ପୌର ନିର୍ବାଚନରେ ରହିବ NOTA ଅପସନ୍‌

ଭୁବନେଶ୍ୱର, ୧୧/୨: ଏବେ ରାଜ୍ୟରେ ରାଜନୀତି ମାହୋଲ ସରଗରମ ରହିଛି। ଏହାରିମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ପୌର ନିର୍ବାଚନରେ ଭୋଟରଙ୍କୁ ମିଳିବ ‘NOTA’ ଅପସନ୍‌। NOTAରେ ଲେଖାହେବ ‘ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। କୌଣସି ପ୍ରାର୍ଥୀ ପସନ୍ଦ ନଥିଲେ ଭୋଟର NOTA ଚୟନ କରିପାରିବା ନେଇ ଜଣାପଡିଛି।