ବିମାନ ବନ୍ଦରରେ ବାଘ ଆତଙ୍କ ନୁହେଁ , ଥିଲା ଗୋଟେ ବଣଭୂଆ

ଭୁବନେଶ୍ୱର,୨୭/୧୦: ରାଜଧାନୀର ବିମାନ ବନ୍ଦରରେ ବାଘ ଆତଙ୍କ ଖେଳାଉଥିବା ଖବର ପାଇ ତତ୍ପର ହୋଇଥିଲା ବନ ବିଭାଗ । ହେଲେ ତାହା ବାଘ ନୁହଁ, ବଣଭୂଆ ବୋଲି ଜଣାପଡ଼ିଛି । ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି।

ବିମାନ ବନ୍ଦର ଡମ୍ପିଂୟାର୍ଡ ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା । ବନ ବିଭାଗ କର୍ମଚାରୀ ଦିନ ସାରା ସଂପୃକ୍ତ ଅଞ୍ଚଳରେ ଛାନ୍‌ଭିନ୍‌ କରିଥିଲେ । ଜନ୍ତାରେ କୁକୁଡ଼ା ବାନ୍ଧି କଲରାପତରିଆକୁ ଧରିବାକୁ ଉଦ୍ୟମ କରିଥିଲା ବନ ବିଭାଗ । ଜାଲ ବସାଇ  ୪ଟି କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ହେଲେ ରାତି ୨ଟା ବେଳେ ଜଣାପଡିଲା ଏହା  ବଣଭୂଆ ।

Leave a Reply

Your email address will not be published. Required fields are marked *