ରଥ ଉପରେ ଅଣସେବାୟତ କଲେ ରିଲ, ଭିଡିଓ ହେଲା ଭାଇରାଲ

ଭୁବନେଶ୍ୱର,୮/୭: ରଥଯାତ୍ରା ସରିବା ପରେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣ ସେବାୟତ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁ ଫଟୋ ଉଠାଇବା ସହ କରିଥିବା ରିଲ୍ସ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ରଥ ଉପରକୁ ଅଣସେବାୟତ କେମିତି ଚଢ଼ିଲେ ଏବଂ ରିଲ୍ସ କରିବାକୁ କିଏ ଦେଲା ଅନୁମତି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ରଥ ଉପରେ ଅଣ ସେବାୟତ ଚଢ଼ିବା ସାଧାରଣରେ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ଏ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।