ନିର୍ବାଚନ ୨୦୨୪, ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ନେତା

ଭୁବନେଶ୍ୱର,୨୯/୦୪: ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ଚାଲିଛି ଜୋରଦାର ପ୍ରସ୍ତୁତି। ଏହାରିମଧ୍ୟରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରିଛନ୍ତି ନେତା । ସବୁ ଦଳର ପ୍ରାର୍ଥୀ ଶକ୍ତି ପ୍ରଦର୍ଶନ କରି ବହୁ ସମର୍ଥକଙ୍କ ସହ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ।

ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ପିପିଲ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ , ପୁରୀ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି, ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା , ସ୍ୱାଧୀନ ପ୍ରାର୍ଥୀ ହରେକୃଷ୍ଣ ସିଂହାରୀ ମଧ୍ୟ ନାମାଙ୍କନ ଭରିଛନ୍ତି ।

ରାଉରକେଲାର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ, ରଘୁନାଥପଲ୍ଳୀ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ, ବୀରମିତ୍ରପୁର ବିଜେପି ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ , ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ସଂଗୀତା ସିଂଦେଓ,  ବିଜେପି ବିଧାୟକ ପ୍ରାର୍ଥୀ, ମୁକେଶ ମହାଲିଙ୍ଗ, ନବୀନ ଜୈନ, ଗୋପାଳଜୀ ପାଣିଗ୍ରାହୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତା ସହ ବ୍ରଜରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶୋର ପଟେଲ,କନ୍ଧମାଳ ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ଆଠଗଡ ବିଧାନସଭା ଆସନରୁ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନାମାଙ୍କନ ଆଜି ଭରିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଚାଲିବ । ମେ ୭ରେ ଯାଞ୍ଚ ଓ ମେ ୯ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।