ମେଡିସିନ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷିତ

ଭୁବନେଶ୍ୱର,୨/୧୦: ମେଡିସିନ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। କୋଭିଡ ଟିକା ବିକାଶ ପାଇଁ କାଟାଲି କାରିକୋ ଓ ଡ୍ରିୟୁ ୱେସମ୍ୟାନଙ୍କୁ ମିଳିବ ଏହି ସମ୍ମାନ । ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ୱାରା ଫାଇଜର ଓ ମଡର୍ଣ୍ଣା ଟିକା ବିକଶିତ ହୋଇଥିଲା । କାଟାଲି ଜଣେ ହଙ୍ଗେରୀ ବଂଶୋଦ୍ଭବ ଓ ଆମେରିକୀୟ ବାୟୋକେମିଷ୍ଟ ଥିବା ବେଳେ ସେହିପରି ଡ୍ରିୟୁ ଜଣେ ଆମେରିକୀୟ ଜୈବ ବୈଜ୍ଞାନିକ । ଏହି କ୍ରମରେ ଅନ୍ୟ ବିଭାଗ ପାଇଁ ପୁରସ୍କାର ଘୋଷଣା କରାଯିବ । ପରେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଛି ।