୩ ଜଣଙ୍କୁ ଅର୍ଥନୀତି ବିଜ୍ଞାନରେ ମିଳିବ ନୋବେଲ ପୁରସ୍କାର

ଭୁବନେଶ୍ୱର, ୧୧/୧୦: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ଡେଭିଡ୍‌ କାର୍ଡ, ଯୋଶୁଆ ଡି. ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ । ଆଙ୍ଗ୍ରିଷ୍ଟ ଓ ଇମ୍ବେନ୍ସ ପ୍ରାକୃତିକ ପରୀକ୍ଷଣର ଅର୍ଥନୈତିକ ପ୍ରଭାବ ଦର୍ଶାଇଥିଲେ । ଉଭୟଙ୍କ ଦ୍ବାରା ଉଦ୍ଭାବିତ ‘ପର୍ଯ୍ୟବେକ୍ଷଣ ଭିତ୍ତିକ ତଥ୍ୟ’ ବହୁଳ ବ୍ୟବହୃତ ହୋଇଥିବା ସୂଚନା ମିଳିଛି।