ଜୁଲାଇ ୨୩ଯାଏ ପୁରୀକୁ ଟ୍ରେନ୍ ମନା

ପୁରୀ, ୩୦/୬: ରାଜ୍ୟରେ କରୋନା ସ୍ଥିତି କୁ ଦ୍ରୁଷ୍ଟିରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ ପୁରୀ ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି।
ଜୁଲାଇ ୨୩ଯାଏ ପୁରୀକୁ ଟ୍ରେନ୍ ଚଳାଚଳ କୁ ଅନୁମତି ନାହିଁ। ପୁରୀ ପାଇଁ ସ୍ବତନ୍ତ୍ର କୋଭିଡ ଗାଇଡଲାଇନ୍ ଜାରି କରିିଛନ୍ତି SRC ପ୍ରଦୀପ ଜେନା। ରଥଯାତ୍ରାକୁ ଦୃଷ୍ଟିରେ ରଖି ଜୁଲାଇ ୨୩ ନୀଳାଦ୍ରି ବିଜେ ଯାଏ ପୁରୀକୁ  ଟ୍ରେନ୍ ଚାଲିବନି ବୋଲି ସୂଚନା ମିଳିଛି।