ହଟିଲା ପୁରୀ ସ୍ବର୍ଗଦ୍ବାର କଟକଣା, ଜିଲ୍ଲା ବାହାରର ଶବ ସଂସ୍କାର ପାଇଁ ମିଳିଲା ଅନୁମତି

ପୁରୀ, ୨୭/୧: ରାଜ୍ୟରେ ଏବେ ଧୀରେ ଧୀରେ କମୁଛି ସଂକ୍ରମଣ। ଏହାରିମଧ୍ୟରେ ଶବ ସତ୍କାର ନେଇ ସ୍ୱର୍ଗଦ୍ୱାରରୁ କଟକଣା ହଟେଇ ଦିଆଯାଇଛି। ଜିଲ୍ଲା ବାହାରର ଶବ ସଂସ୍କାର ପାଇଁ ଅନୁମତି ମିଳିଛି। ଅଣକୋଭିଡ୍ ମୃତବ୍ୟକ୍ତିଙ୍କ ଶବସତ୍କାର କରାଯାଇପାରିବ । ୧୦ ଜଣଙ୍କ ଉପସ୍ଥିତିରେ ଶବସତ୍କାର ପାଇଁ ଅନୁମତି ରହିଛି। ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ।