ପୁରୀ ବିଚ୍‌ରେ ଖୋଲିବନି ମଦ କ୍ୟାବିନ୍

ଭୁବନେଶ୍ୱର,୧୩/୦୯: ନୂଆ ଅବକାରୀ ନୀତି ଆଣିଛନ୍ତି ମୋହନ ସରକାର। ନୂଆ ମଦ ନୀତି ଆଜି ଘୋଷଣା ହୋଇଥିବା ବେଳେ ସେଥିରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ପୁରୀ ବିଚ୍‌ରେ ଖୋଲିବନି ମଦ କ୍ୟାବିନ୍। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ବି ମଦ କ୍ୟାବିନ୍ ଖୋଲିବାକୁ ଅନୁମତି ନାହିଁ। ପୁରୀ ସି- ବିଚ୍‌ରେ ମଦ କ୍ୟାବିନ୍‌ ଖୋଲାଯିବାକୁ ବିରୋଧ କରି ଗତ ୧୧ ତାରିଖରେ ପୁରୀରେ ବ୍ୟାପକ ଆନ୍ଦୋଳନ କରାଯାଇଥିଲା।

ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନୁଯାୟୀ, ସ୍କୁଲ, କଲେଜ, ଦେବାଳୟ ଓ ଡାକ୍ତରଖାନା ଆଗରେ ମଦ ଦୋକାନ ଖୋଲି ପାରିବନି । ଏହି ନିୟମ ବହୁ ପୂର୍ବରୁ ଲାଗୁ ହୋଇଥିଲେ ବି ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉନି। ତେଣୁ ତୁରନ୍ତ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦାବି ହେଉଛି।

ରାଜ୍ୟ ସରକାରଙ୍କ ଏହି ମଦ ନୀତିର ବୈଧତା ୭ରୁ ୮ ମାସ ପର୍ଯ୍ୟନ୍ତ ରହିବ । କିନ୍ତୁ ଆଗାମୀ ବର୍ଷ ଯେଉଁ ମଦ ନୀତି ଆସିବ ସେଥିରେ ବ୍ୟାପକ ପରିବର୍ତ୍ତନ ଆଣିବେ ନୂଆ ସରକାର ।

Leave a Reply

Your email address will not be published. Required fields are marked *