ପାକିସ୍ତାନରେ ଶିକ୍ଷାଗ୍ରହଣ କଲେ ଭାରତରେ ମିଳିବନି ଚାକିରି

ଦିଲ୍ଲୀ,୨୩/୪  : କେନ୍ଦ୍ରର ବଡ ନିଷ୍ପତ୍ତି ନିଆଯାଇଛି ଯେ ପାକିସ୍ତାନରେ ଶିକ୍ଷାଗ୍ରହଣ କଲେ ଭାରତରେ ମିଳିବନି ଚାକିରି । ଭାରତର ଏପରି କଡା ଆଭିମୁଖ୍ୟରେ ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ଦିଆଗଲା ପରାମର୍ଶ । ଦେଶର ନାଗରିକ ଓ ପ୍ରବାସୀମାନଙ୍କୁ ପରାମର୍ଶ ଦିଆଯାଇଛି । ପାକିସ୍ତାନରେ ପଢିଲେ ଶିକ୍ଷା ଓ ଚାକିରିରେ ସୁଯୋଗ ମିଳିବନି । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୟୁଜିସି ଓ ଏଆଇସିଟିଇ ପକ୍ଷରୁ ମିଳିତ କୁହାଯାଇଛି ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ, ନଚେତ୍ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ହେବେ ନାହିଁ। ସମସ୍ତ ଭାରତୀୟ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ପାକିସ୍ତାନରୁ ଯେଉଁମାନେ ଭାରତ ଆସିଛନ୍ତି ସେମାନଙ୍କୁ ଏହି ନିର୍ଦ୍ଦେଶନାମାରୁ ମୁକ୍ତ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ସେହିଭଳି ଆଡ଼ଭାଇଜାରୀ ଜାରି କରି କୁହାଯାଇଛି ଯେ ଯେଉଁ ପ୍ରବାସୀମାନେ ତଥା ସେମାନଙ୍କ ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରି ହାସଲ କରିଛନ୍ତି ଏବଂ ସେମାନଙ୍କୁ ଭାରତ ସରକାର ନାଗରିକତ୍ୱ ପ୍ରଦାନ କରିଛନ୍ତି, ସେମାନେ ଗୃହ ମନ୍ତ୍ରାଳୟର ସୁରକ୍ଷା ମଞ୍ଜୁରୀ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ।