ଟ୍ୱିନସିଟିରେ ଦୁର୍ଗା ପୂଜା ସମୟରେ ବାଜିବନି ଡିଜେ, ଜାରି ହେଲା କଟକଣା

ଭୁବନେଶ୍ୱର,୨୫/୦୯: ଟ୍ୱିନସିଟିରେ ଦୁର୍ଗା ପୂଜା ସମୟରେ ବାଜିବନି ଡିଜେ । ଖାଲି ସେତିକି ନୁହେଁ ମଦମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହ ଚାନ୍ଦା ନାଁରେ ବଟି ମାଗିଲେ ବନ୍ଧା ହେବେ । ରାଜଧାନୀରେ ଏଭଳି ଢଙ୍ଗରେ କରିବାକୁ ଆଜି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ପୁଷ୍ପାଞ୍ଜଳି ଦେବା ବେଳେ ମାଆଙ୍କ ନିକଟରେ ମଦ ମୁକ୍ତ ଶପଥ ପାଠ କରିବେ ପୂଜା କମିଟି ସଦସ୍ୟ । ଏଥର ଭୁବନେଶ୍ୱରରେ ୧୭୧ଟି ସ୍ଥାନରେ ଦୁର୍ଗାପୂଜା ହେବ । ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି । ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ ଟା ପରିବର୍ତ୍ତେ ୧୨ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି । ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି । ଅପରାଧ କାର୍ଯ୍ୟକଳାପ ରୋକିବାକୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ୍ । ଦଶହରାରେ ରାଜଧାନୀରେ ଟ୍ରାଫିକ, ଆଇନ ଶୃଙ୍ଖଳା, ମେଲୋଡି ଓ ରାବଣପୋଡି ସମୟରେ ସବୁକିଛି କିଭଳି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ତାକୁ ନେଇ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *