ଅନାସ୍ଥା ପ୍ରସ୍ତାବରେ ଲୋକସଭାରେ ବିବୃତ୍ତି ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦/୮: ଅନାସ୍ଥା ପ୍ରସ୍ତାବରେ ଲୋକସଭାରେ ବିବୃତ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଜନସାଧାରଣ ବାରମ୍ବାର ଆମ ପ୍ରତି ବିଶ୍ୱାସ ଦେଖାଇଛନ୍ତି । ଏଥିପାଇଁ ଦେଶର ଜନତାଙ୍କ ପ୍ରତି ମୁଁ କୃତଜ୍ଞ ।

ଏଥିସହିତ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୮ରେ ମଧ୍ୟ ବିରୋଧୀ ଏପରି ପ୍ରସ୍ତାବ ଆଣିଥିଲେ । ସେତେବେଳେ ବି ମୁଁ କହିଥିଲି, ଅବିଶ୍ୱାସ ପ୍ରସ୍ତାବ ଆମ ସରକାରର ଫ୍ଲୋର ଟେଷ୍ଟ ନୁହେଁ ବରଂ ଏହା ସେମାନଙ୍କ ପାଇଁ ଫ୍ଲୋର ଟେଷ୍ଟ । ୨୦୧୮ ମସିହାରେ ଯେତେବେଳେ ମତଦାନ ହେଇଥିଲା ସେତେବେଳେ ବିରୋଧୀଙ୍କ ପାଖରେ ଯେତିକି ଭୋଟ୍ ଥିଲା, ସେତିକି ବି ସେମାନେ ଜମା କରିପାରିନଥିଲେ । ନିର୍ବାଚନରେ ବିଜେପି ଏବଂ ଏନଡିଏକୁ ଅଧିକ ସିଟ୍ ମିଳିଥିଲା । ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଆମ ପାଇଁ ଶୁଭଙ୍କର ଅଟେ ।

ଏହାସହ ତେବେ ୨୦୨୪ ସାଧାରଣ ନିର୍ବାଚନ ନେଇ ଲୋକସଭାରେ ଆଜି ବଡ ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗାମୀ ସାଧାରଣ ନିର୍ବାଚନରେ ଏନଡିଏ ଏବଂ ବିଜେପି ସବୁ ପୁରୁଣା ରେକର୍ଡ ଭାଙ୍ଗି ପୁଣି ସରକାର ଗଢିବ ବୋଲି ମୋଦୀ କହିଛନ୍ତି ।